Author bio image

ହରିଶ୍ଚନ୍ଦ୍ର ହୋତା

ରାଇରଙ୍ଗପୁର, ମୟୁରଭଞ୍ଜ, ଓଡିଶା

ଦୂରଭାଷ - ୯୪୩୮୭୪୫୬୬୨


ଓଡିଆ ସାହିତ୍ୟ ଜଗତରେ ଜଣେ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ । ଶ୍ରୀ ହୋତାଙ୍କ ଜନ୍ମ ୧୯୬୬ ମସିହାରେ ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡସ୍ଥ ବରଡ଼ିହି ଗ୍ରାମରେ । ପିତା କାହ୍ନୁଚରଣ ହୋତା ଓ ମାତା ସତ୍ୟଭାମା ହୋତାଙ୍କର ସେ କନିଷ୍ଠ ପୁତ୍ର ଅଟନ୍ତି । ଓଡ଼ିଆ ସାହିତ୍ୟରେ ସ୍ନାତକ ଡିଗ୍ରୀ ଓ ବୃତ୍ତିଗତ ସ୍ନାତକ ଡିଗ୍ରୀ (ବି.ଏଡ଼.) ପରେ ଶିକ୍ଷକତାକୁ ଆପଣେଇଛନ୍ତି ସେ । ଅଧୁନା ରାଇରଙ୍ଗପୁରର ମୂଷାବଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟରତ । ୨୦୧୬ ମସିହାରେ ଆଦର୍ଶ ଶିକ୍ଷକ ରୂପେ ରାଜ୍ୟ ପୁରସ୍କାର ପାଇବା ସହିତ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବହୂ ଅନୁଷ୍ଠାନରୁ ପୁରସ୍କୃତ ହୋଇ ପାରିଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ଲେଖନୀ ଚାଳନା କରି ଓଡିଶାର ବହୂ ପ୍ରତିଷ୍ଠିତ ପତ୍ର-ପତ୍ରିକାରେ ସେ ସ୍ଥାନିତ କରିପାରିଛନ୍ତି ନିଜର ଶିଶୁଗଳ୍ପ, କବିତା ଓ ନାଟକ । ତାଙ୍କ ପ୍ରକାଶିତ ଶିଶୁ କିଶୋର କବିତା ସଂକଳନ "କବିତା କୁସୁମାଞ୍ଜଳି" ଶିଶୁମାନଙ୍କ ଦ୍ୱାରା ବେଶ ଆଦୃତି ଲାଭ କରିପାରିଛି । ତାଙ୍କର ବହୁ ଲେଖା ଅଦ୍ୟାବଧି ସଂକଳନ ଅପେକ୍ଷାରେ । ସେ ରାଇରଙ୍ଗପୁରର ଶ୍ରୀ ଜଗନ୍ନାଥ ଚେତନା ସେବା ସଂଘ, ଓଡିଶା ଶିଶୁ ସାହିତ୍ୟ ଲେଖକ ସମ୍ମେଳନ, ନବଜୀବନ ସମାଜ ଆଦି ସଂଗଠନ ଗୁଡିକର ଆଜୀବନ ସଦସ୍ୟ ରହିଛନ୍ତି । "ଦାରୁବ୍ରହ୍ମ" ଓ "ସମର୍ପଣ" ଭଳି ଦୁଇଗୋଟି ଆଧ୍ୟାତ୍ମିକ ପତ୍ରିକାର ସମ୍ପାଦନା ଦାୟିତ୍ଵ ତୁଲାଇ ଆସୁ ଅଛନ୍ତି ।





(full-width)