Author bio image

ହେମନ୍ତ କୁମାର ବରାଇ

ରୁଷୁଡା, ବରଗଡ, ଓଡିଶା

ଦୂରଭାଷ - ୮୯୧୭୫୧୮୭୭୪


ଓଡିଆ ସାହିତ୍ୟରେ ତାଙ୍କର ଏକନିଷ୍ଠ ସାଧନା ଓ ଲେଖନୀ ଚାଳନା ଅବ୍ୟାହତ ରହିଛି । ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ଓ ପୁସ୍ତକ ଗୁଡିକ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରିବା ସହିତ ତାଙ୍କ ସୃଜନୀର ସୃଷ୍ଟି ଗୁଡିକୁ ସେ ବଣମଲ୍ଲୀର ମହକରେ ସମ୍ପାଦିତ କରି ଆସୁଛନ୍ତି । ପିତା- ଦୟାସାଗର ବରାଇ ଓ ମାତା- ତ୍ରିବେଣୀ ବରାଇଙ୍କ କୋଳରେ ୧୯୬୬ ମସିହା ମହାବିଷୁବ ସଂକ୍ରାନ୍ତିର ସାୟାହ୍ନ ବେଳାରେ ବରଗଡ ଜିଲ୍ଲା ରୁଷୁଡା ଗ୍ରାମରେ ଜନ୍ମ ନିଅନ୍ତି ଶ୍ରୀ ବରାଇ । ତାଙ୍କର ବୃତ୍ତି ହେଉଛି ଶକ୍ଷକତା । ୧୯୮୮ ମସିହାରୁ ଆରମ୍ଭ ହୁଏ ସାରସ୍ଵତ ଯାତ୍ରା । ତାଙ୍କ ସାହିତ୍ୟ କୃତି ଗୁଡିକରେ ରୀତିଯୁଗୀୟ ସାହିତ୍ୟର ପ୍ରଭାବ ବେଶ ବାରି ହୋଇପଡେ । ତାଙ୍କ ରଚିତ ଅନେକ କାବ୍ୟ ଗ୍ରନ୍ଥ ଗୁଡିକ ମଧ୍ୟରୁ 'ପ' ଅନୁପ୍ରାସରେ ରଚିତ “ପଥ ର ପଥର”, 'କ' ଅନୁପ୍ରାସ ରେ ରଚିତ “କାନୀନ କୁମର”, “ଅରଜା” ଓ “କବିତା ପ୍ରସୂନ”ବେଶ ପାଠକୀୟତା ଲାଭ କରିପାରିଛି । ବର୍ତ୍ତମାନ 'ଅ ରୁ କ୍ଷ 'ଅନୁପ୍ରାସ ବିରଚିତ ଚମ୍ପୁ କାବ୍ୟ “ଅରୁକ୍ଷ”ଖୁବ ଶୀଘ୍ର ପ୍ରକାଶନ ଅପେକ୍ଷାରେ । ହନୁମାନଙ୍କ ଅଯୋଧ୍ୟାବତରଣ ସମୟରେ ଭରତ, ଉର୍ମିଳା, କୌଶଲ୍ୟାଙ୍କ ସହ କଥୋପକଥନକୁ ଆଧାର କରି “ନିଃସଙ୍ଗ ନିଶା” କାବ୍ୟର ରଚନା ଖୁବଶୀଘ୍ର ସଂପୂର୍ଣ୍ଣ ହେବାକୁ ଯାଉଛି । “ଅରୁକ୍ଷ” ଓ “ନିଃସଙ୍ଗ ନିଶା” ରୁ ଅନେକ ସର୍ଗ ବଣମଲ୍ଲୀର ମହକ ଇ-ପୋର୍ଟାଲ ମାଧ୍ୟମରେ ପ୍ରକାଶିତ ହୋଇ ଆସୁଅଛି । କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ନେଇ “ମେହେର ସାହିତ୍ୟରେ ଗାୟତ୍ରୀ ତତ୍ତ୍ୱ” ବିଷୟବସ୍ତୁ ଉପରେ ଗବେଷଣା କାର୍ଯ୍ୟ ଆରମ୍ଭ କରି ଅନେକ ତଥ୍ୟ ସଂଗ୍ରହ କରି ରଖିଛନ୍ତି । ଶ୍ରୀ ବରାଇ କୁହନ୍ତି, ଓଡିଆ ସାହିତ୍ୟର ସମୃଦ୍ଧି ଦିଗରେ ଯଦି କେହି ଏହି ବିଷୟକୁ ନେଇ ଗବେଷଣା ଆରମ୍ଭ କରିବାକୁ ଚାହାଁନ୍ତି ତେବେ ଏହି ଗବେଷଣା ନିମନ୍ତେ ଶ୍ରୀ ବରାଇ ନିଜ ପାଖରେ ସଂରକ୍ଷିତ ସମସ୍ତ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗର ହାତ ବଢାଇବେ ।





(full-width)