Author bio image

କୌଶିକ କୁମାର ହୋତା

ଶିକ୍ଷକ କଲୋନୀ, ପି. ସି. ଏମ ସ୍କୁଲ ପରିସର, ରାଇରଙ୍ଗପୁର, ମୟୁରଭଞ୍ଜ


ଶିଶୁ କବି ଓ ଲେଖକ କୌଶିକ କୁମାର ହୋତାଙ୍କ ଜନ୍ମ ୨୦୦୫ ମସିହା ସେପ୍ଟେମ୍ବର ମାସ ୫ ତାରିଖରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପକଣ୍ଠ ନୂଆଗାଁ ଗ୍ରାମରେ । ପିତା ଶିଶୁ ସାହିତ୍ୟିକ ହରିଶ୍ଚନ୍ଦ୍ର ହୋତା ଓ ମାତା ଶିକ୍ଷିକା ଅନୁପମା ନନ୍ଦ । ସେ ବର୍ତ୍ତମାନ ରାଇରଙ୍ଗପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ କେରଳା ପବ୍ଲିକ ସ୍କୁଲ ର ନବମ ଶ୍ରେଣୀରେ ଅଧ୍ୟୟନରତ । ପଞ୍ଚମ ଶ୍ରେଣୀ ଅଧ୍ୟୟନ ସମୟରୁ ବାପାଙ୍କ ପ୍ରେରଣାରେ ସେ ଲେଖିବା ଆରମ୍ଭ କରନ୍ତି ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଗଳ୍ପ ଓ କବିତା । ତାଙ୍କର ଲେଖାଗୁଡିକ ଅଦ୍ୟାବଧି ସଂସାର, ଗୋପବନ୍ଧୁଙ୍କ ସତ୍ୟବାଦୀ, ନବଧାରା, ଆମ ସୁନାଚାନ୍ଦ, ମୋ ଆଶା, ସମ୍ବାଦ ଫୁଲଝରୀ, ପ୍ରମେୟ, ସମାଜ ଭଳି ବହୂ ପ୍ରତିଷ୍ଠିତ ପତ୍ର-ପତ୍ରିକା ରେ ପ୍ରକାଶିତ । ଏଥିନିମନ୍ତେ ସେ ପଦ୍ମଲୋଚନ ପାଠାଗାର, ବାଣୀପୀଠ, ଓଡିଶା ଶିଶୁ ସାହିତ୍ୟ ଲେଖକ ସମ୍ମେଳନ, ନିମାଇଁ କୁଟୀର, ସତ୍ୟବାଦୀ, ନାନାବାୟା, ଆଦି ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । କିଶୋର ଭାବେ ପିଲାଙ୍କର ମନର କଥାକୁ ଗଳ୍ପ ଓ କବିତାରେ ପ୍ରକାଶ କରିବାରେ ସେ ସିଦ୍ଧହସ୍ତ । ଅଧ୍ୟୟନ ସହିତ ସାହିତ୍ୟ ପ୍ରତି ରୁଚି ତଥା ସାହିତ୍ୟିକ ସନ୍ତୋଷ କୁମାର ମହାନ୍ତିଙ୍କ ପ୍ରେରଣା ତାଙ୍କୁ ଏ ଦିଗରେ ଆଗକୁ ଆଗେଇବାରେ ସାହାଯ୍ୟ କରିଛି ।





(full-width)