Author bio image

ସନ୍ତୋଷ କୁମାର ମହାନ୍ତି

ନବଜୀବନ ସମାଜ, ସଫା, କଟକ

ଦୂରଭାଷ - ୯୭୭୭୭୬୬୩୪୬


ଶ୍ରୀ ମହାନ୍ତି ୧୯୯୬ ମସିହାରୁ ଓଡ଼ିଆ ସାହିତ୍ୟରେ ଲେଖନୀ ଚାଳନା କରି ଆସୁଛନ୍ତି । ସେ ଶିଶୁ ସାହିତ୍ୟ, ଗଳ୍ପ, କବିତା ଓ ପ୍ରବନ୍ଧ ରଚନା କ୍ଷେତ୍ରରେ ଚଳଚଞ୍ଚଳ ଅଛନ୍ତି । ତାଙ୍କ ଦ୍ୱାରା ୨୦୦୨ ମସିହାରୁ "ନବଧାରା" ସାହିତ୍ୟ ପତ୍ରିକା ସମ୍ପାଦିତ ହୋଇ ପ୍ରକାଶିତ ଆସୁଅଛି । ଏହାଛଡା "ଯେ ପକ୍ଷୀ ଉଡ଼େ ଯେତେ ଦୂର ପତ୍ରିକା" ର ସେ ପ୍ରତିଷ୍ଠାତା ଓ ସମ୍ପାଦକ ମଧ୍ୟ ଅଟନ୍ତି । ତାଙ୍କ ରଚିତ ଅନେକ ଲେଖା ୧୯୯୬ ମସିହାରୁ ଅଦ୍ୟାବଧି ବିଭିନ୍ନ ସମ୍ବାଦପତ୍ର ଓ ପତ୍ରିକାରେ ପ୍ରକାଶିତ ହୋଇ ଆସୁଅଛି । ଏହା ସହିତ ସେ ଦୁଇଗୋଟି ଶିଶୁ ପତ୍ରିକା "ସୁବର୍ଣ୍ଣଦୀପ" ଓ "ଚାନ୍ଦ ଦୀପିକା" ର ସମ୍ପାଦନା କାର୍ଯ୍ୟରେ ମଧ୍ୟ ଜଡିତ ଅଛନ୍ତି । ତାଙ୍କର ଦୁଇଟି ଶିଶୁ ଗଳ୍ପ ସଂକଳନ "ସଞ୍ଜୁ ଆଉ ସଞ୍ଜନା" ଓ "ଚଗଲା ଚିଆଁ" ପ୍ରକାଶିତ ହୋଇ ସାରିଛି । ଭାଷା, ସାହିତ୍ୟ, ପ୍ରତିଭା ବିକାଶ ତଥା ସାମାଜିକ ଉନ୍ନୟନ କାର୍ଯ୍ୟରେ "ନବଜୀବନ ସମାଜ" ସଂଗଠନ ଜରିଆରେ ସେ ନିଜକୁ ସକ୍ରିୟ ରଖିପାରିଛନ୍ତି । ଛାତ୍ର ଜୀବନରୁ ସେ ତୃଣମୂଳ ସ୍ତରରେ ସାମାଜିକ ଉତ୍ଥାନ ଦିଗରେ ସର୍ବଦା ନିଜକୁ ନିୟୋଜିତ ରଖି ଆସୁଛନ୍ତି । ମୟୁରଭଞ୍ଜ, କେନ୍ଦୁଝର ଓ କଟକ ଆଦି ଜ଼ିଲ୍ଲାଗୁଡିକର ଗ୍ରାମାଞ୍ଚଳ ବିକାଶ ସହ ପାଠାଗାର ଆନ୍ଦୋଳନ ଓ ଶିଶୁ ମାନଙ୍କର ବିକାଶ କ୍ଷେତ୍ରରେ ଶ୍ରୀ ମହାନ୍ତି ନବଜୀବନର ସଭ୍ୟ ଓ ଶୁଭେଛୁଙ୍କ ସହଯୋଗରେ ବିନା ସରକାରୀ ସହାୟତାରେ ସାମାଜିକ ପରିବର୍ତ୍ତନ ପାଇଁ କାମ କରି ଚାଲିଛନ୍ତି ।





(full-width)